- 1 ଫାରୋ ଘସା ନଗର ଆକ୍ରମଣ କରିବା ପୂର୍ବରୁ ପଲେଷ୍ଟୀୟମାନଙ୍କ ବିଷଯ ରେ ସଦାପ୍ରୁଙ୍କର ଏହି ବାକ୍ଯ ଯିରିମିୟ ଭବିଷ୍ଯଦବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।
- 2 ସଦାପ୍ରଭୁ କହନ୍ତି, " ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ଯ କୂଳ ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି, ତାହା ପ୍ଲାବନକାରୀ ବନ୍ଯା ସଦୃଶ ସମଗ୍ର ଦେଶ, ତନ୍ମଧ୍ଯସ୍ଥ ସମସ୍ତ ବସ୍ତ୍ର, ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ। ତହିଁରେ ଲୋକମାନେ କ୍ରନ୍ଦନ କରିବେ ଓ ସାହାୟ୍ଯ ପାଇଁ ହାହାକାର କରିବେ।
- 3 " ସମାନେେ ଧାବମାନ ଅଶ୍ବଗଣର ଖୁରା ଶବ୍ଦ, ରଥସମୂହର ଚାଳନା ଶବ୍ଦ ଓ ଚକ୍ରର ଘର୍ଘର ଶବ୍ଦ ଶୁଣିବେ। ପିତୃଗଣ ଏତେ ଦୁର୍ବଳ ହବେେ ଯେ ସମାନେେ ସମାନଙ୍କେର ପିଲାମାନଙ୍କୁ ସାହାୟ୍ଯ କରିବେ ନାହିଁ।
- 4 "ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ବଂସର ସମୟ, ସୋର ଓ ସୀଦୋନର ସହକାରୀ ପ୍ରେତ୍ୟକକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛନ୍ନ କରିବାର ସମୟ ଆସୁଅଛି। ଯେ ହତେୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର ଓ କପ୍ତୋର ଦ୍ବୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ବ ହରଣ କରିବେ।
- 5 ଘସାର ଲୋକମାନେ ଦୁଃଖିତ ହାଇେ ସମାନଙ୍କେର ମସ୍ତକ ଟାଙ୍ଗରା କରିଛନ୍ତି। ଅସ୍କିଲୋନର ଲୋକମାନେ ଏବଂ ତଳଭୂମିର ଅବଶିଷ୍ଟାଂଶ ଲୋକ ନୀରବ ହାଇେଅଛନ୍ତି। ତୁମ୍ଭମାନେେ କେତକୋଳ ପର୍ୟ୍ଯନ୍ତ ନିଜକୁ କାଟିବ ?
- 6 " ହେ ସଦାପ୍ରଭୁଙ୍କ ଖଡ୍ଗ, ତୁମ୍ଭେ କେତେ କାଳପ ରେ ୟୁଦ୍ଧରୁ କ୍ଷାନ୍ତ ହବେ ? ତୁମ୍ଭେ ଆପଣା କୋଷ ରେ ପ୍ରବେଶ କର, ଶାନ୍ତ ଓ ସ୍ଥିର ହୁଅ।
- 7 ମାତ୍ର ସଦାପ୍ରଭୁଙ୍କ ଖଡ୍ଗ କିପରି କ୍ଷାନ୍ତ ହବେ ? ସଦାପ୍ରଭୁ ତାଙ୍କୁ ଆଜ୍ଞା ଦଇେଅଛନ୍ତି। ସେ ଅସ୍କିଲୋନ୍ ବିରୁଦ୍ଧ ରେ ଓ ସମୁଦ୍ର ତୀର ବିରୁଦ୍ଧ ରେ ତାହାକୁ ନିୟୁକ୍ତ କରିଅଛନ୍ତି।"
Jeremiah 47
- Details
- Parent Category: Old Testament
- Category: Jeremiah
ଯିରିମିୟ ଅଧ୍ୟାୟ 47