- 1 ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ଯବାଦ ଦବେି।
- 2 ସଦାପ୍ରଭୁ ଆଶ୍ଚର୍ୟ୍ଯ କର୍ମମାନ କରନ୍ତି। ଯେଉଁମାନେ ତାଙ୍କୁ ଚାହାଁନ୍ତି ସମାନେେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
- 3 ପରମେଶ୍ବର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ୟ୍ଯଜନକ କାର୍ୟ୍ଯମାନ କରନ୍ତି ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାଯୀ।
- 4 ସେ ଆପଣାର ଆଶ୍ଚର୍ୟ୍ଯ କର୍ମମାନ ସବୁ ସ୍ମରଣ କରାଇଛନ୍ତି। ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମଯ।
- 5 ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସମାନଙ୍କେୁ ଖାଦ୍ୟ ଦିଅନ୍ତି। ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
- 6 ସେ ନିଜ ଲୋକମାନଙ୍କୁ ଅନ୍ୟଦେଶୀଯମାନଙ୍କ ଅଧିକାର ଦଇେ ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସମାନଙ୍କେୁ ଦଖାଇେଥିଲେ।
- 7 ତାହାଙ୍କ ଦ୍ବାରା ହାଇେଥିବା ଆଜ୍ଞାସବୁ ସତ୍ଯ ଓ ତାଙ୍କର ନିଯମସବୁ ବିଶ୍ବାସ ୟୋଗ୍ଯ।
- 8 ପରମେଶ୍ବରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାଯୀ। ତାଙ୍କର ଆଜ୍ଞା ବିଶ୍ବସ୍ତତା ଓ ସରଳତାରେ ସାଧିତ କରାୟାଏ।
- 9 ପରମେଶ୍ବର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ। ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାଯୀ ହାଇେ ରହିଲା। ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
- 10 ଜ୍ଞାନ ପରମେଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସମାନେେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାୟିବ।
Psalms 111
- Details
- Parent Category: Old Testament
- Category: Psalms
ଗୀତସଂହିତା ଅଧ୍ୟାୟ 111