- 1 ସଦାପ୍ରଭୁ ମାଶାଙ୍କେୁ କହିଲେ,
- 2 "ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ମାେ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ। ପ୍ରେତ୍ୟକକ ଲୋକ ତା'ର ହୃଦଯ ରେ ନିଷ୍ପତ୍ତି ନବୋ ଉଚିତ୍, ସେ ମାେ ପାଇଁ ଯାହା ଉପହାର ଦବୋ ଉଚିତ୍। ମାେ ପାଇଁ ସହେି ଦ୍ରବ୍ଯ ସଂଗ୍ରହ କର।
- 3 ଏହି ବସ୍ତୁଗୁଡିକ ତୁମ୍ଭେ ଲୋକମାନଙ୍କଠାରୁ ଗ୍ରହଣ କରିପାରିବ। ଯଥା- ସୁନା, ରୂପା, ପିତ୍ତଳ,
- 4 ନୀଳବର୍ଣ୍ଣ, ଧୂମବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋକ,
- 5 ରକ୍ତୀକୃତ ମଷଚେର୍ମ, ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ।
- 6 ଦୀପ ନିମନ୍ତେ ତୈଳ ପୁଣି ଅଭିଷକୋର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ଯ।
- 7 ଏଫୋଦ୍ ଓ ବୁକୁପଟା ରେ ଏହା ଲଗାଇବା ନିମନ୍ତେ ଗୋମଦେକମଣି ଓ ଅଳଙ୍କାରସବୁ ଗ୍ରହଣ କର।"
- 8 ପରମେଶ୍ବର ଏହା ମଧ୍ଯ କହିଲେ, " ସମାନେେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ରସ୍ଥାନ ନିର୍ମାଣ କରନ୍ତୁ।" ତହିଁରେ ମୁଁ ସମାନଙ୍କେ ମଧିଅରେ ବାସ କରିବି।
- 9 ପବିତ୍ର ତମ୍ବୁର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର। ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦଖାଇବୋ ସହେି ଅନୁସାରେ ତୁମ୍ଭମାନେେ ସବୁ କରିବ।
- 10 "ଶିଟୀମ କାଠର ଏକ ସିନ୍ଦୁକ ତିଆରି କର। ସହେି ପବିତ୍ର ସିନ୍ଦୁକ ଅଢଇେ ହାତ ଲମ୍ବ, ଦେଢ ହାତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।
- 11 ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣ ରେ ତାହା ମଡାଇବ। ତା'ର ଭିତର ପଟ ଓ ବାହାର ପଟେ ରେ ମଧ୍ଯ ମଡାଇବ। ଏବଂ ତା'ଉପରେ ଚତୁର୍ଦ୍ଦିଗ ରେ ସୁବର୍ଣ୍ଣର କନ୍ଥ କରିବ।
- 12 ଏଥି ନିମନ୍ତେ ଗ୍ଭରି କଣ ରେ ଗ୍ଭରୋଟି ସୁବର୍ଣ୍ଣର କଡା ଲଗାଅ। ପ୍ରେତ୍ୟକକ ପାଖ ରେ ଦୁଇଟି କଡା ଲଗାଅ।
- 13 ଏହାକୁ ବହିବା ପାଇଁ ସାଙ୍ଗୀ ତିଆରୀ କର ଓ ସୁବର୍ଣ୍ଣ ରେ ମଣ୍ଡିତ କର।
- 14 ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାଶର୍ବସ୍ଥ କଡା ରେ ସହେି ସାଙ୍ଗୀ ପ୍ରବେଶ କରାଇବ।
- 15 ସହେି ସାଙ୍ଗୀ ସିନ୍ଦୁକର କଡ଼ା ଭିତ ରେ ଥିବ ଏବଂ ତହିଁରୁ ନିଶ୍ଚିତ ବାହାର କରାୟିବ ନାହିଁ।
- 16 ପରମେଶ୍ବର କହିଲେ, "ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକରେ ରଖିବ।
- 17 ଏହାପରେ ତୁମ୍ଭମାନେେ ଶୁଦ୍ଧ ସୁବର୍ଣ୍ଣ ରେ ଅଢଇେ ହାତ ଲମ୍ବା ଦେଢ ହାତ ପ୍ରସ୍ଥ ଓ ଏକ ପାପାଚ୍ଛାଦନ ନିର୍ମାଣ କରିବ।
- 18 ଏହାପରେ ତୁମ୍ଭମାନେେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବ ଦୂତ କରିବ। ଏବଂ ସଗେୁଡିକୁ ସହେି ପାପାଚ୍ଛାଦନର ଦୁଇ ମୁଣ୍ଡ ରେ ଦବେ।
- 19 ଏକ ଦୂତକୁ ଗୋଟିଏ ମୁଣ୍ଡ ରେ ଓ ଆଉ ଗୋଟିଏକୁ ଅନ୍ୟ ମୁଣ୍ଡ ରେ ସ୍ଥାପନ କର। ଦୁଇ ଦୂତଙ୍କୁ ଆଚ୍ଛାଦନ ସହିତ ସଂଲଗ୍ନ କର।
- 20 ସହେି ଦୂତମାନେ ନିଯମ-ସିନ୍ଦୁକକୁ ସମାନଙ୍କେର ଡଣୋ ଦ୍ବାରା ଆଚ୍ଛାଦନ କରିବେ, ଯାହାକି ଆକାଶ ଆଡକୁ ଉେଠ। ଆଚ୍ଛାଦକ ଆଡକୁ ଅନାଇ ଦୂତମାନେ ସାମ୍ନାସାମ୍ନି ରହିବା ଉଚିତ୍।
- 21 "ତୁମ୍ଭେ ଏହି ପାପାଚ୍ଛାଦନ ସହେି ସିନ୍ଦୁକ ଉପରେ ରଖିବ। ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକ ମଧ୍ଯର ଥୋଇବ।
- 22 ଆଉ ମୁଁ ଯେତବେେଳେ ତୁମ୍ଭକୁ ସାକ୍ଷାତ କରେ ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ଯରୁ ତୁମ୍ଭ ସଙ୍ଗେ ଆଳାପ କରି ଇଶ୍ରାୟେଲ ସନ୍ତାନଗଣ ବିଷଯକ ମୁଁ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବି।
- 23 "ଶିଟୀମ୍ କାଠ ରେ ଏକ ମଜେ ପ୍ରସ୍ତୁତ କର। ସହେି ମଜେଟି ଦୁଇ ହାତ ଲମ୍ବ ଏକ ହସ୍ତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।
- 24 ଏହି ମଜେକୁ ଖାଣ୍ଟି ସୁବର୍ଣ୍ଣ ରେ ଆଚ୍ଛାଦନ କର ଏବଂ ତା'ର ଚତୁର୍ଦ୍ଦିଗ ରେ ଏକ ସୁବର୍ଣ୍ଣର ଛାଞ୍ଚ ଦିଅ।
- 25 ଏହାପରେ ମଜେର ଚତୁଃପାଶର୍ବ ରେ ଏକ ହାତ ଓସାରର ଏକ ତକ୍ତା ତିଆରି କର ଏବଂ ଏକ ସୁବର୍ଣ୍ଣର କାନ୍ଥ ଲଗାଅ।
- 26 ଆଉ ସୁବର୍ଣ୍ଣ ରେ ଚାରୋଟୀ କଡା କରି ଚାରି ଖୁରାର ଚାରି କଣ ରେ ରଖିବ।
- 27 ଏହି କଡାଗୁଡିକ ଭିତ ରେ ସାଙ୍ଗୀ ମଜେ ବହନ କରିବ। ଏବଂ ସଗେୁଡିକ ରିମ୍ର ପାଖାପାଖି ରହିବା ଉଚିତ୍।
- 28 ମଜେକୁ ବୋହିବା ପାଇଁ ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କରି ସେଥି ରେ ସୁବର୍ଣ୍ଣ ମଡାଇ ଦିଅ।
- 29 ଏହାର ଥାଳି, ବାଟି, ଜଗ୍ ଓ ପିଆଲା ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କର। ଜଗ୍ ଓ ପିଆଲାଗୁଡିକ ପଯେ ନବୈେଦ୍ଯ ପାଇଁ ବ୍ଯବହୃତ ହବେ।
- 30 ସହେି ମଜେ ଉପରେ, ମାେ ସମ୍ମୁଖ ରେ ସବୁ ସମୟରେ ଦର୍ଶନୀଯ ରୋଟୀ ରଖ।
- 31 "ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।
- 32 "ଏହି ଦୀପ ବୃକ୍ଷଟି ଛଅ ଶାଖା ବିଶିଷ୍ଟ ହବେ। ଏହାର ଏକ ପାଶର୍ବରୁ ତିନି ଦୀପଶାଖା ଓ ଅନ୍ୟ ପଶର୍ବରୁ ତିନି ଦୀପଶାଖା ବାହାରିବ।
- 33 ପ୍ରତି ଶାଖା ରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ।
- 34 ଦୀପ ବୃକ୍ଷ ରେ ବାଦାମ ପୁଷ୍ପାକୃତି ଚାରି ଗୋଲାଧାର ଓ କଳିକା ପୁଷ୍ପ ରହିବ।
- 35 ସହେି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ହବେ ସମାନଙ୍କେ ଏକ ଶାଖା ଦ୍ବଯର ଏକ କଳିକା ଓ ଅନ୍ୟ ଶାଖା ଦ୍ବଯର ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ବଯର ତଳେ ଏକ କଳିକା ରହିବ।
- 36 ସେ ଦୀପଶାଖାଟି ସଂପୂର୍ଣ୍ଣଭାବେ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମିତ ହବେ। ଏହି ସମସ୍ତ ସୁବର୍ଣ୍ଣ କାର୍ୟ୍ଯ ପିଟା ସୁବର୍ଣ୍ଣ ରେ ହବେ। ଏବଂ ଏହା ୟୋଡାୟାଇ ଗୋଟିଏ ଖଣ୍ଡ କରା ହବେ।
- 37 ତୁମ୍ଭମାନେେ ତାହାପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସହେି ପ୍ରତୀପ ଜଳାଇଲେ ତହିଁର ସମ୍ମୁଖ ରେ ଆଲୁଅ ହବେ।
- 38 ନିର୍ମଳ ସୁବର୍ଣ୍ଣ ରେ ତହିଁର ଚିମୁଟା ଓ ଅଙ୍ଗାରଧାନୀ ନିର୍ମାଣ କରିବ।
- 39 ଏହି ଦୀପରୂଖା ଓ ତହିଁର ସାମଗ୍ରୀ ଏକ ତାଳନ୍ତ ଶୁଦ୍ଧ ସୁବର୍ଣ୍ଣ ରେ ତିଆରି ହବୋ ଉଚିତ୍।
- 40 ନିଶ୍ଚିତ ହୁଅ ଯେ, ନିର୍ଦ୍ଦେଶ ମୁତାବକ ଆସବାବ ପତ୍ରଗୁଡିକ ତିଆରି କରୁଛ। ଯାହା କି ମୁଁ ତୁମ୍ଭକୁ ପର୍ବତ ଉପରେ ଦଇେଛି।"
Exodus 25
- Details
- Parent Category: Old Testament
- Category: Exodus
ଯାତ୍ରା ପୁସ୍ତକ ଅଧ୍ୟାୟ 25